ଜୟ ବାବା ରଣେଶ୍ଵର ଜୟ ମା ରାମଚଣ୍ଡୀ ।
ଆମ କୁଳତା ସମାଜ ରେ ମାତୃଶକ୍ତି (ମା ରାମଚଣ୍ଡୀ) ଉପାସନା ଓ ଶିବ (ବାବା ରଣେଶ୍ଵର) ଉପାସନା କରିବାର ପରମ୍ପରା ସଭ୍ୟତା ର ପ୍ରାରମ୍ଭିକ ରୁ ଆମ ସମାଜ ରେ ରହି ଆସିଅଛି । ଆମ ସମାଜର ବିଦ୍ଵାନ ମାନେ ଆମ ସମାଜର ମୂଳଗଣ୍ଡିର ସୂତ୍ର ଧରି ମୂଳବୀଜକୁ ଗତିଶିଳ କରାଇଲେ ଭଲ ହୁଅନ୍ତା । ଶିବ (ବାବା ରଣେଶ୍ଵର) ଶକ୍ତି (ମା ରାମଚଣ୍ଡୀ) ମୂଳାଧାର ଏକ ହି ଅଟେ ଓ ଏହା ଯୋଗପିଣ୍ଡିତ । ଶକ୍ତି ବିନା ଶକ୍ତିମାନର ଅସ୍ତିତ୍ଵ ରହେନାହି । ଶକ୍ତି ବିହୀନ ଶିବ, ଶବ ହି ଅଟନ୍ତି ।
ଯାହା ଆମ ସମାଜର ପରିବାର ମାନଙ୍କରେ ପରିଲିକ୍ଷିତ ହୁଏ। ଆମର ସମାଜର ଯେଉ ପରିବାରରେ ମାତୃଶକ୍ତି ସକରାତ୍ମକ, ସେ ପରିବାରର ନିଶ୍ଚେ ଉନ୍ନତି ହେବାର ଦେଖିବାକୁ ମିଳେ । ଶକ୍ତିମାନକୁ କ୍ରିୟାଶୀଳ କରିବାପାଇ ଯେଉପ୍ରକାର ଶକ୍ତିର ଆବଶ୍ୟକ ହୋଇଥାଏ ତାହା ମାତୃଶକ୍ତି ଯୋଗୁ ହି ସମ୍ଭବ ହୁଏ । ଆସନ୍ତୁ ଅପରାଜେୟ ମାତୃଶକ୍ତିର କରୁଣାର ଅଧିକାରିଣୀ ହେବା ପାଇଁ ଓ ବାବା ରଣେଶ୍ଵର, ମା ରାମଚଣ୍ଡୀଙ୍କ କରୁଣା ପାଇ ପାରିବା ପାଇଁ, ସମାଜର ପ୍ରତିଟି ସଦସ୍ୟ ଚେଷ୍ଟିତ ହେବା । ଆମେ ଭୁଲି ଯିବା ଉଚିତ ନୁହେ ଯେ, ଆମର ସମସ୍ତଙ୍କର ଘରେ ଶିବ (ବାବା ରଣେଶ୍ଵର) ଶକ୍ତି (ମା ରାମଚଣ୍ଡୀ) ଉପସ୍ଥିତ ଅଛନ୍ତି , କିଏ ସେମାନେ ଆପଣ ମାନେ ନିଜେ ଅନୁଭବ କରନ୍ତୁ । ତାଙ୍କର ଆଶୀର୍ବାଦ ପାଇବା ପାଇ କେବେ ମଧ୍ୟ ଭୂଲନ୍ତୁ ନାହି ।
ମୁଁ ଆମର ବଲାଙ୍ଗିର ଟାଉନ ସମାଜର ପ୍ରଥମ ସମ୍ପାଦକ (୨୦୦୧) ହିସାବରେ, ସମସ୍ତଙ୍କର ସହଯୋଗରେ ସମାଜ ସେବା ମଧ୍ୟରେ, ଶକ୍ତି ସ୍ଵରୁପିଣି ମା ଙ୍କ ଆଶୀର୍ବାଦ ପାଇଛି । ନିସ୍ଵାର୍ଥ ସେବା କଲେ ନିଶ୍ଚେ ଲାଭବାନ ହେବେ । ବର୍ତ୍ତମାନ ଆମର ସମାଜର ସେବା ସଦନ କାମ ସମସ୍ତଙ୍କ ସହଯୋଗରେ ଚାଲିଛି । ଆମ ସମାଜର ସମସ୍ତ ସଦସ୍ୟଙ୍କୁ ମୋ ପକ୍ଷରୁ, ତାହା ସମର୍ପଣ କରିବାର ସମୟ ଆସିଯାଇଛି । ଆସନ୍ତୁ ସମସ୍ତେ ମିଶି ତାହାକୁ ପୂର୍ଣରୂପ ଦେବା ।
(ବିଦେଶୀ ପ୍ରଧାନ)
ସମ୍ପାଦକ କୁଳତା ସମାଜ, ବଲାଙ୍ଗିର ।
